ଏଇ ଶୀତୁଆ ସନ୍ଧ୍ୟା ରେ
ବନ କରେ ମନ ଚୋରି,
ନିଜକୁ ଶ୍ୱେତ ତୁଷାର ରେ ଭରି।
ପାଦ ମୋ ଯାଏ ଅଟକି ତା ରୂପ କୁ ଦେଖି,
ମନ ଡାକେ ରହିଯିବି କି ଆଜି ,
ଦେଖିବାକୁ ତାର ରୂପ ଶିରୀ।
ମାଲିକ ତାର ପାଖ ଗାଁ ରେ ଯା ଘର,
କେବେ ସେ ଜାଣିବନି ପାରି।
ନିରୀହ ଘୋଡ଼ା ମୋର,
କିବା ବୁଝିବ ସେ ପ୍ରକୃତି ର ପ୍ରେମ ।
ଭାବେ କାହିଁ ଅଟକିଲେ ଛାମୁ ମୋର,
ବରଫା ଛନ୍ନ ଜଙ୍ଗଲ, ନାହିଁ ଏଠି ଘର ଦ୍ବାର,
ଲାଗି ଥଣ୍ଡା ପବନ, ଶୀତ ରେ ଥରୁଅଛି ମୋର ଲୋମ।
ଲାଗୁଛି ଏମିତି
ଆଜିର ସନ୍ଧ୍ୟା,
ବରଷ ର ଗାଢ଼ ସନ୍ଧ୍ୟା ଯେମିତି,
ଏ ଜଙ୍ଗଲ ଭିତରେ ବରଫ ଜମା ହ୍ରଦ ଧାରେ,
କି ପ୍ରୟୋଜନ ଆଉ କିବା ତାଙ୍କ କାମ ?
କ୍ଷୁଦ୍ର ଅଶ୍ୱ ମୋର ହୋଇ ତତପର,
ଭୁଲ୍ କୁ ମୋର କରିବାକୁ ସଚେତନ,
ତା ଗଳା ର ଘଣ୍ଟି କୁ ବଜାଏ ବାର ବାର।
ମୋତେ କିନ୍ତୁ ଶୁଭେ ଖାଲି ଧୀର ସାଇଁ ସାଁଇ ସମୀର
ଆଉ ଫୁଲ ପରି ବର୍ଷୁ ଥିବା ତୁଷାର ର ଗୀତ ର ସ୍ୱର।
କିନ୍ତୁ ଯିବାକୁ ହେବାର ଅଛି ପଥ ବହୁ ଦୂର,
ହେବା ଆଗରୁ ବେଶୀ ଅନ୍ଧାର,
ଛାଡ଼ିବାକୁ ହେବ ଏଇ ମିଠା ସୌନ୍ଦର୍ଯ୍ୟ ର ଘେର।
ଅଛି ବହୁ କାମ
ନିଜ ପାଖେ କରିଛି ଶପଥ,
ଶୋଇବା ଆଗରୁ ଚାଲିବାକୁ ଅଛି ବାଟ ବହୁ ଦୂର,
ଜୀବନ ସରିବା ଆଗରୁ ସମ୍ଭାଳିବାକୁ ହେବ କର୍ତ୍ତବ୍ୟ ର ଭାର।
No comments:
Post a Comment