Post Top Ad

your ad

Friday, 21 February 2020

ବାର୍ତ୍ତାଳାପ # 1



ସେ- କଣ ଭାବୁଛ?
ମୁଁ- ଏ ଜୀବନ ଟା ବହୁତ ଛୋଟ ନା , ମୁଁ କଣ ଏଇ ଗୋଟିଏ ଜୀବନ ଭିତରେ ସବୁ ଭାଷା ର ସାହିତ୍ୟ ବହି ସବୁ ପଢ଼ି ସାରି ପାରିବି?
ସେ- (ଶୂନ୍ୟତା)
ମୁଁ-  ତମେ ତ ଜାଣ ସାହିତ୍ୟ
ପ୍ରେମ ମୋର। ଯଦି ସବୁ ବହି ପଢ଼ିବା ଆଗରୁ ମୁଁ ମରିଗଲି?
ସେ - ହୁଁ
ମୁଁ- କଣ ହୁଁ?
ସେ - ଆରେ ବାବା ଯେତେ ବାଟ ଚାଲିବ ପଢ଼ିବ। ମୁଁ ସାହାଯ୍ୟ କରିବି ତୁମର ସବୁ ସ୍ବପ୍ନ ପୂରଣ ପାଇଁ ।
ମୁଁ- ମତେ କିନ୍ତୁ ତମ ସୁନ୍ଦର ଦୁଇ କଥା କୁହା ଆଖି ର ସାହିତ୍ୟ କୁ ପଢ଼ିବାର ଅଛି। ୟେ ପୁରା ଜୀବନ ଭିତରେ ଯଦି ସେତିକି ପଢ଼ି ବୁଝିଗଲି। ଆଉ କଣ ଦରକାର ମୋ ଏଇ ଜୀବନରେ।
ସେ- କଣ ଦରକାର ମାନେ? କେବଳ ତମେ, ତମ ଭଲପାଇବା ଆଉ ଏସବୁ ପାଇଁ ବାସ୍ ଗୋଟିଏ ଜନ୍ମ ।

No comments:

Post a Comment

Post Top Ad

your ad