Contents

Post Top Ad

your ad

Saturday, 7 March 2020

କବିତା #6





ମୁଁ ଶୀତ ରାତି ଟିଏ ।
ରାସ୍ତା କଡ଼ ର ଦରିଦ୍ରତାର ମୁକ ସାକ୍ଷୀ ଟିଏ,
ମୁଁ ଶୀତ ରାତି ଟିଏ।
କେବେ ମୁଁ  କବି ର କଲମ ରେ ରୋମାଣ୍ଟିକ କବିତା ଟିଏ
ତ କେବେ ମୁଁ ରେଡ଼ିଓ ରେ ବାଜୁ ଥିବା ମିଠା ଗୀତ ଟିଏ,
ମୁଁ ଶୀତ ରାତି ଟିଏ।
କେବେ ମୁଁ ଧର୍ଷିତା ନାରୀ ର ମିଳେଇ ଯାଉଥିବା ଚିତ୍କାର ଟିଏ ତ
ଆଉ କେବେ ମୁଁ ହସ୍ପିଟାଲ୍ ବାରଣ୍ଡା ରେ ପଡ଼ି ଥିବା ଅଭାବୀ ରୋଗୀ ଟିର ମର୍ମନାଦ ଟିଏ,
ମୁଁ ଶୀତ ରାତି ଟିଏ।
କେବେ ମୁଁ ଚାଷୀ ର ଧାନ ଭଙ୍ଗା ଯନ୍ତ୍ର ର ଘଡ଼ ଘଡ଼ ଗୀତ ଟିଏ ତ
କେବେ ମୁଁ କଂସେ ପଖାଳ ର ଥର ଥର ପ୍ରୀତି ଟିଏ।
ମୁଁ ଶୀତ ରାତି ଟିଏ ।

5 comments:

  1. ଖୁବ ଚମତ୍କାର ଲେଖାଟିଏ
    ପ୍ରୀତିର ପୋଥିରୁ ଶବଦ ସାଉଁଟି
    ଖୁଣ୍ଟା ହେଇଥିବା ଶିଳାଟିଏ
    ଅନେକ ସ୍ମୃତି ର ପାନ୍ଥଶାଳାଟିଏ
    କୋଟି ବେଦନାର ଜ୍ବଳାଟିଏ
    ଗୋଟିଏ ଚରିତ୍ର ସହ ଯୋଡି ହୋଇଥିବା
    କୋଟିଏ କାହାଣୀର ମାଳାଟିଏ ll

    ReplyDelete
    Replies
    1. ଭାଇ ବହୁ ବହୁତ ଧନ୍ୟବାଦ ଆପଣଙ୍କ ଏତେ ସୁନ୍ଦ ମତାମତ ପାଇଁ।

      Delete
  2. ❤️ toching

    ReplyDelete

Post Top Ad

your ad