Contents

Post Top Ad

your ad

Wednesday, 4 March 2020

ଶୁଭ ଜନ୍ମ ଦିନ ରାଧାମୋହନ

ରାଧାମୋହନ।
ଏ କିଏ ଭାବୁଛନ୍ତି ନା?
ଆଜ୍ଞା ହଁ ଏହା ଭଗବାନ ଶ୍ରୀକୃଷ୍ଣ ଙ୍କ ଏକ ନାମ। କିନ୍ତୁ ଏଠି ମୁଁ ଯେଉଁ ରାଧାମୋହନ ବିଷୟ ରେ ଲେଖିବାକୁ ଯାଉଛି ସେ ହେଉଛି ମୋ ଜୀବନ ର କୃଷ୍ଣ। ଉହୁଁ କିଛି ବି ଏପଟ ସେପଟ ଭାବନ୍ତୁନି। ଭାବିବା ଆଗରୁ ମୋ ଲେଖା ପୁରା ଟା ପଢ଼ି ନିଅନ୍ତୁ। ସେ କୃଷ୍ଣ ସତ, ହେଲେ ମୁଁ ରାଧା ନୁହଁ। ମୁଁ କୃଷ୍ଣା , କୃଷ୍ଣ ଙ୍କ ପ୍ରିୟ ସଖି। ହଁ ଠିକ୍ ଭାବିଛନ୍ତି କୃଷ୍ଣା ହେଉଛି ପାଞ୍ଚାଳ ରାଜ କନ୍ୟା ଦ୍ରୌପଦୀ ଙ୍କ ନାମ। ଦ୍ରୌପଦୀ ଙ୍କ ପାଇଁ ଯେମିତି କୃଷ୍ଣ ଥିଲେ ତାଙ୍କ ସଖା, ତାଙ୍କ ସାହସ। ଠିକ୍ ସେମିତି " ରାଧା " ହେଉଛି ମୋ ପିଲା ଦିନ ର ସାଥୀ। ଆମେ ତାକୁ ପପୁ ଡାକୁ।
ମାଉସୀ ସବୁ ବେଳେ କୁହନ୍ତି ପପୁ ଯେବେ ପ୍ରଥମେ ସ୍କୁଲ ଆସିଥିଲା, ମୁଁ ଆଗେ ତାକୁ ଡାକି ପାଖ ରେ ବସେଇ ଥିଲି। ଆଉ ଖେଳ ଛୁଟି ବେଳେ ଟା ଟିଫିନ୍ ବାକ୍ସ ଖୋଲି ଦେଇ ଥିଲି।
    ଠିକ୍ ଏମିତି କିଛି ଛୋଟ ବଡ଼ ଘଟଣା ରୁ ଗଢ଼ି ଉଠିଥିଲା ଆମ ବନ୍ଧୁତା। ସପ୍ତମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ପରେ ଅଲଗା ହେଇ ଯାଇଥିଲୁ ଆମେ। ସେମାନେ ଅନ୍ୟ ଏକ ସହରକୁ ଚାଲି ଯାଇଥିଲେ।ଆଉ ମୁଁ ରହି ଯାଇଥିଲି ସେଇଠି। ହାଇ ସ୍କୁଲ ଆମର ଅଲଗା ଅଲଗା ସ୍କୁଲ ରେ କଟିଲା। କିଛି ବି ସିଧାସଳଖ ଯୋଗାଯୋଗ ନଥିଲା। ମୋତେ ବାପା ଙ୍କ ଠାରୁ ତା ବିଷୟ ରେ ଜଣା ପଡ଼େ।
+2 ରେ ଦେଖିଥିଲି କିଛି ସମୟ ପାଇଁ ଆମର ଜଣେ ସମ୍ପର୍କୟଙ୍କ ଘରେ। ଖୁସି ରେ ଗୋଡ଼ ତଳେ ଲାଗୁ ନଥିଲା। ସେ ଚଷମା ପିନ୍ଧୁ ଥିଲା, ନହେଲେ ଆଉ କିଛି ବଦଳି ନଥିଲା ତାର। ଏହା ପରେ ମୁଁ  + ୩ ବିଜ୍ଞାନ ରେ ପ୍ରାଣୀ ବିଜ୍ଞାନ ସମ୍ମାନ ରେ ପଢିଲି, ଆଉ ବାପା କହିଲେ ଆସି ଦିନେ କି ପପୁ ମେଡିକାଲ୍ ପାଇଁ ଗୋଟେ ବର୍ଷ କୋଚିଂ ନେବ। କିନ୍ତୁ ତା ପର ବର୍ଷ ସେ ଆସି ଆମରି ବିଭାଗ ରେ ମୋ ତଳ ଶ୍ରେଣୀ ରେ ଯୋଗ ଦେଲା। ଭଗବାନ ଆମକୁ ପୁଣି ଭେଟ କରେଇଲେ। ଆମେ ପୁଣି ଆଗ ପରି ଭଲ ରେ ମିଶିଲୁ।
ବନ୍ଧୁତା କେବେ ବି ଦୂରତା ବଢ଼ିଲେ କମି ଯାଏନି ବରଂ ଶକ୍ତ ହୁଏ। ଆମର ସ୍ନେହ ଦେଖି ବହୁତ ସାଙ୍ଗ କହିଲେ ଆମେ ସାଙ୍ଗ ରେ ଭଲ ଲାଗୁ। କିନ୍ତୁ ଆମ କୁ ଆମ ସମ୍ପର୍କ କୁ ପ୍ରେମ ପରି ଗୋଟେ ଛୋଟ ନାମରେ ବାନ୍ଧି ଦେଇ ସୀମିତ କରିବାକୁ ଚାହୁଁ ନଥିଲୁ। ଆମ ସଂପର୍କ ପ୍ରେମ ଠୁ ବି ନିଆରା ଆଉ ପବିତ୍ର।  ସେ ସବୁ ବେଳେ ମୋର ଜୀବନ ର ଗୋଟେ ବହୁ ମୂଲ୍ୟ ରତ୍ନ ଟିଏ ହେଇ ରହିବ। ଯାହାର ସ୍ଥାନ କେହି କେବେ ନେବେନି।
ଆଜି ତାର ଶୁଭ ଜନ୍ମଦିନ ରେ ମୁଁ ଏତିକି ପ୍ରାର୍ଥନା କରୁଛି ଭଗବାନ ତାର ସବୁ ଆଶା ପୂରଣ କରନ୍ତୁ। ତା ପରି ସାଥିଟିଏ ପାଇ ମୁଁ ବହୁତ୍ ସୁଖୀ। ଆଉ ଠାକୁର ଆମ ଦୁହିଁକୁ ପ୍ରତି ଜନ୍ମ ରେ ଏମିତି ଦୁହିଁଙ୍କ ର ପବିତ୍ର ସାଥିଟିଏ କରି ଜନ୍ମ ଦିଅନ୍ତୁ।

1 comment:

  1. Hey. Really you are great. I can't share my feelings in words. Darling you are so sweet.

    ReplyDelete

Post Top Ad

your ad