ସେଦିନ
ପ୍ରଥମ ଥର କରି କିଛି ମାଗିବାକୁ ଯାଇଥିଲି,
ପ୍ରଥମ ଥର କରି ତା ପାଖରେ ଅଳି କରିଥିଲି।
ସେ ଦୂର ରେ ବସି ମୁରୁକି ମୁରୁକି ହସୁଥିଲା,
କଳା ଶ୍ରୀମୁଖ ତାର ଝଲସି ଉଠୁଥିଲା।
ମୋର ଦୁଇ ଆଖି ଯେବେ ତାର ଚକା ଆଖି ସହ ମିଶିଲା,
ପ୍ରେମ ଓ ଶ୍ରଦ୍ଧା ର ଅଶ୍ରୁ ବନ୍ଧ ଭାଙ୍ଗି ଦେଲା।
ଖାତିର ନଥିଲା ଆଖ ପାଖ ର ଭିଡ଼ କୁ,
ବୋହିବାକୁ ଦେଲି ତା ପ୍ରେମର ନୀର କୁ।
ଆଖି ବନ୍ଦ କରି ବସି ଦେଖିଲି ସେ ବି ଆଉ ହସୁନି ମୁରୁକି ହସ।
ତା ଚକା ଆଖିରେ ବି ଗଙ୍ଗାର ଧାରା, ଏ କି ଅପୂର୍ବ ଦୃଶ୍ୟ।
ବୁଝିଗଲି ତା ଆଦର, ଉଦାରତା ଓ ମହାନତା,
ଭକ୍ତ ଙ୍କ ସୁଖେ ଦୁଃଖେ ସେ ହସେ କାନ୍ଦେ ସେ ପରା ଆମ ଜଗତ ପିତା।
No comments:
Post a Comment