Post Top Ad

your ad

Wednesday, 1 April 2020

ତୁମ ପାଇଁ ଚିଠି ଟିଏ #1









 ପ୍ରିୟ ଆଶୁ
କେମିତି କହିବି ତୁମ ପାଇଁ ମୁଁ କଣ ଅନୁଭବ କରେ? ବାସ୍ ଏତିକି କହିବି ତୁମ ପାଇଁ ମୋ ମନ ରେ ଥିବା ଅନୁଭବ ସବୁ ଦୁର୍ବଳତା ରୁ ଉର୍ଦ୍ଧ୍ବ ରେ । ତୁମ ଭିତରେ ମୁଁ ମୋ ପାଇଁ ଚିନ୍ତା କରୁଥିବା ଗୋଟେ ସାଥୀ କୁ ଦେଖେ, ମୋତେ ଭଲ ପାଉଥିବା ଗୋଟେ ପ୍ରେମିକ କୁ ବି ଦେଖେ। ତୁମ ପରି ମୁଁ ମଧ୍ୟ ମୋ ମନ ଆଉ ବିବେକ ର ଚାଲିଥିବା ଦ୍ଵନ୍ଦ ଭିତରେ ନିତି ପେଶି ହୋଇ ମରେ। ଜାଣିଛି ଭଲପାଇବା ରେ ନା ଥାଏ ବୟସ ର ସୀମା , ନାଁ  ଥାଏ କିଛି ନିର୍ଦ୍ଦିଷ୍ଟ କାରଣ। ଭଲ ପାଇବା ତା ବାସ୍ ଗୋଟେ ପବିତ୍ର ଅନୁଭବ। ହଁ ମୁଁ ବି ତୁମକୁ ଭଲପାଏ। ବୋଧେ ତୁମେ କହିବାର ବହୁ ଆଗରୁ। ଯେବେ ତୁମେ ମୋ କଷ୍ଟ ରେ କଷ୍ଟ ପାଅ ,ମୋ ଲୁହ ରେ ଲୁହ ଢାଳ , ମୁଁ ବୁଝି ପାରେ ତୁମ ପ୍ରେମ। ସବୁ ଜାଣି ବି ଅଭିନୟ କରିବାକୁ ପଡ଼େ ଏ ସମାଜ ଆଗରେ ଅଜଣା ର। ଇଚ୍ଛା ଥିଲେ ବି ମାରିବାକୁ ହୁଏ ମନ ର ସବୁ ଅଭିଳାଷ।
             ବାସ୍ ଏତିକି କହିବି ଯେ ତୁମ ପ୍ରତି ଥିବା ମୋ ପ୍ରେମ ସବୁ କାମନା , ବାସନା ରୁ ଉର୍ଦ୍ଧ୍ବ ରେ। ତୁମ ଠାରୁ ଦୂର ରେ ରହି ବି ମୁଁ ତୁମକୁ ବହୁତ
ଭଲପାଏ ଠିକ୍ ଫୁଟି ଥିବା ସେଇ କଇଁ ଟି ପରି । ସେ ଜାଣେ ଆକାଶର ସେଇ ଜହ୍ନ ଟି କେବେ ତାର ହେବନି। ତଥାପି ସେ ତାର ସେଇ  ଶୀତଳ ଯୋଛନା ରେ ସାରା ରାତି ରାତି ଭିଜେ। ଭିଜି ଭିଜି ବଞ୍ଚି ରହେ ଜହ୍ନ ର ସେଇ ଗୋଟେ ରାତି ର ଦେଖା ପାଇଁ । ତୁମେ ମୋ ପାଇଁ ସେହି ଦୂର ଆକାଶ ର ଜହ୍ନ । ଦୂର ରୁ ହିଁ ସବୁ ଦିନ ଭିଜିବି ତୁମର ଶୀତଳ କିରଣ ପାଇ ପାଇ।
                                                   ଇତି
                               ତୁମ ପାଇଁ ସବୁ ରାତି ରେ ଜଳୁ ଥିବା
                                                   କଇଁ

5 comments:

  1. Heart touching lines my cuty

    ReplyDelete
  2. ଦୂର ଆକାଶର ଜହ୍ନ ଟିଏ,
    ଦୁଇ ଆଖିରେ ସେ ସ୍ବପ୍ନ ଟିଏ,
    ଦେଖି ସେ ହୁଏ ସିନା,
    କେବେ ତ ଛୁଇଁ ହୁଏନା ........
    ବହୁତ୍ ବଢିଆ ଅଛି ଲେଖା। ଶାଶ୍ବତ ପ୍ରେମ ର ଅନୁଭୂତି ମିଶା ଲେଖା ଟିଏ ।

    ReplyDelete

Post Top Ad

your ad