Post Top Ad

your ad

Sunday, 14 June 2020

ଗଳ୍ପ #

     
     

ମୌସୁମୀ ବର୍ଷା ର ସଙ୍ଗୀତ ରେ ମତୁଆଲା ଗାଁ ଆଜି ଝୁମି ଝୁମି ଭିଜୁଛି । ପ୍ରଚଣ୍ଡ ଗ୍ରୀଷ୍ମ ରେ ଶୁଖି ଯାଇଥିବା ଧରଣୀ ରାଣୀ ର ଓଠ ଆଜି ପୁଣି ହସୁଛି । ରଜ ଆସିଛି । ଛୁଆ ରୁ ବୁଢା ବୁଢୀ ଯାଏ ସମସ୍ତଙ୍କ ପାଟି ରଜ ପାନ ରେ ଲାଲ । ତା ସହ ଭାସି ଆସୁଛି ରଜ ଦୋଳି ର ଗୀତ  ଗାଁ ଆମ୍ବ ତୋଟା ରୁ । ଗୀତ ସହ ଓଠ ଚିପା ଫୁସ ଫାସ କଥା ଆଉ ଖିଲି ଖିଲି ହସ । କେତେକ ବାଉଳା ପ୍ରେମିକ ଲୁଚି ଲୁଚି ନିଜ ନିଜର ମନର ନାୟିକା  କୁ ଥରେ ଆଖି ପୁରେଇ ଦେଖିବା ପାଇଁ ଆମ୍ବ ତୋଟା ପାଖା ପାଖି ଜାଗା ମାନଙ୍କରେ ଟହଲ ମାରୁଛନ୍ତି । ବର୍ଷ ସାରା ବାହାରେ ଚାକିରି କରୁଥିବା ଯୁବକ ମାନେ ତିନି ଦିନ ପାଇଁ ଛୁଟି ନେଇ ଗାଁ କୁ ଫେରିଛନ୍ତି । ଅତର ଆଉ ପାଉଡର ର ବାସ୍ନା ରେ ରାସ୍ତା ମହକି ଉଠୁଥାଏ । ଛକ ରେ ଚାଲି ଥାଏ ତାସ ଔ ଲୁଡୁ ଖେଳ ର ଲହରୀ । 
କିନ୍ତୁ ପ୍ରାଚୀ ଘର ଆଜି ପର ପୁରି ଶୁନଶାନ୍।ଯେମିତି ମୌସୁମୀ ତାଙ୍କ ଘରକୁ ଛାଡ଼ି ଆଉ ସଭିଙ୍କ ଘରେ ତା ଯାଦୁ ଦେଖେଇଛି। ଶୁଭୁନାହିଁ ଘର ଝିଅଙ୍କ ପାଉଁଜି ର ରୁଣୁଝୁଣୁ ଶବ୍ଦ। ଆସୁନାହିଁ ପିଠା ପଣା ର ମହକ ଶୁଭୁନାହିଁ ଭାଉଜ ଦିଅର ଙ୍କ ଥଟା ମଜା। ସବୁ ରଜ ରେ ନୂଆ ଲୁଗା ନହେଲେ ମୁହଁ ଫୁଲାଉ ଥିବା ପ୍ରାଚୀ ଆଜି ପୁରା ପୁରି ଚୁପ୍।ଭାଉଜ ଙ୍କ ଗହଣା ପିନ୍ଧିବାକୁ ଜିଦ୍ କରୁଥିବା ସେଇ କୁନି ନଣନ୍ଦ ଟି ଆଜି ପୁରା ଶାନ୍ତ। ଆଖିରେ ଆଜି ଜିଦ୍ ର ଲୁହ ବଦଳରେ ଉଦାସ ର ଚିହ୍ନ। ଯେମିତି ସେହି ଚପଳ ମନ ଖୁସମିଜାଜି ଚଣ୍ଡୀ ଝିଅ ଟି ଆଜି ହଠାତ୍ ବଡ ହେଇ ଯାଇଛି। ପାଲଟି ଯାଇଛି ଦୟା ର ପ୍ରତିମୂର୍ତ୍ତି। ରାହା ଧରି କାନ୍ଦୁ ଥିବା ଭାଉଜ ଙ୍କ କୁନି ପୁଅକୁ କୋଳରେ ଧରି ତୁନି କରାଇବାକୁ ଚେଷ୍ଟା କରୁଛି। କାହା ପାଖେ ସେ କରିବ ଆଉ ଅଳି?,କାହା ପାଖେ ହେବ ଅଝଟ? ଝିଅମାନଙ୍କ ସବୁ ଅଳି କୁ କେବଳ ଜଣେ ବାପା ହିଁ ପୁରା କରି ପାରନ୍ତି । ଆଉ ପ୍ରାଚୀ ଯେତେବେଳେ ସେଇ ବାପା ନାମକ ମଣିଷ ତିକୁ ତା ଜୀବନ ରେ ସବୁଦିନ ପାଇଁ ହରେଇ ସାରିଛି, କାହାପଖେ କରିବା ସେ ଅଝଟ ନୂଆଲୁଗା ଆଉ ରଜ ଦୋଳି ପାଇଁ। କାହା ସହ ଖାଇବ ସେ ପାନ ଓ କାହା ସହ ଖେଳିବ ସେ ଲୁଡୁ ? ବାପାଙ୍କ ପରେ ଝିଅର ମାନକୁ ବୁଝି ପାରୁଥିବା ମଣିଷ କୁ ସିଏ କେଉଁଠି ପାଇବ । ତାର ସବୁ ଜିଦ୍ କୁ ସହୁଥିବା ଲୋକ ତାକୁ ଏକା ଛାଡି ଚାଲି ଯାଇଛି। ତେଣୁ ସେ ଆପେ ଆପେ ବୁଝି ଯାଇଛି ଏବେ ତା ଅଳି ଅର୍ଦ୍ଦଳି ର ଦିନ ସାରି ଯାଇଛି , ଏବେ ତାକୁ ଅନ୍ୟ ର ଅଳି ଅଝଟ କୁ ପୁରା କରିବାକୁ ପଡ଼ିବ। ଅନ୍ୟ ର ମନକୁ ଜିତି କାମ କରିବାକୁ ପଡ଼ିବ । ଆଜି ପରଠୁ ପୁଣି ହୁଏତ ପୂର୍ବପରି ରଜ ଆସିବ ତାଙ୍କ ଘରେ, ଦୋଳି ଲାଗିବ,ପିଠା ପଣା ହବ । କିନ୍ତୁ ପ୍ରାଚୀ କେବେ ଫେରିପାଇବନି ତା ପିଲା ଦିନର ରଜ କୁ। ରଜ ତ ଆସିବ, କିନ୍ତୁ ରଜ ର ଯାଦୁ ପ୍ରାଚୀ ଉପରେ ପକେଇବନି କିଛି ପ୍ରଭାବ।

1 comment:

  1. If nobody is keen to stake this quantity, model new} banker is instead the following player in order, and the financial institution resets to whatever that player needs to stake. In contrast, the tie bet which pays 8-to-1 has a excessive home fringe of 14.4%. Most casinos in the United Kingdom pay the tie at 9-to-1, resulting in a extra lenient home edge of approximately 카지노 4.85%. Natural wins occur when one facet has two cards that add a lot as} both the worth of 8 or 9. The round now stops as no extra cards might be dealt out. Otherwise, if neither player hit this rating, one other card might be played.

    ReplyDelete

Post Top Ad

your ad