ମନମୋହନ
ଆଖି ଦୁଇ ତାଙ୍କ
ଗଭୀର କାନନ,
ଚାହାଣୀ ଧନୁର ତୀର।
ପ୍ରତିଦିନ ସିଏ
ଲାଗନ୍ତି ନୂତନ,
ପାଣ୍ଡବ ଙ୍କ ମହାବୀର।
ଶରୀରରେ ଶୋଭା
ପୀତ ବସନ,
ଦେଖି ଯୋଡ଼ି ଯାଏ କର।
ଦେଖି ଦେଲେ ଥରେ
ସେ ଭାବ ମୂରତି,
ନୟନ ରୁ ଝରେ ନୀର ।
ତାଙ୍କ ଲାଗି ଏକା
ଗୋପୀ ଙ୍କ ପୀରତି,
ମନ ମୋହେ ବଂଶୀ ସ୍ୱର ।
ତାଙ୍କ ଲାଗି ଆଜି
ପାଗଳୀ ଯଶୋଦା,
ଝୁରୁଅଛି ଗୋପ ପୁର।
ବହୁତ୍ ବଢିଆ ଲାଗିଲା। ଖୁବ୍ ସୁନ୍ଦର୍ ଭାବେ ଭକ୍ତି ର ଭାବ କୁ ରଖିଛନ୍ତି ଏଇଠି ।
ReplyDeleteଧନ୍ୟବାଦ
ReplyDeleteBahut vala..
ReplyDeleteGood, sing for me
ReplyDelete