ଏଇ ଗପ ଟି ପଢ଼ିବା ଆଗରୁ,ମୁଁ କିଛି ନ କହି ରହି ପାରୁନି। ଏଇ ଗପ ଟି ମୋ ଜୀବନ ର ମୁଁ ଲେଖିଥିବା ପ୍ରଥମ ଓଡ଼ିଆ ଗପ। ଆଉ ଏହା ଏକ ସତ କାହାଣୀ ଉପରେ ଆଧାରିତ। ଆଉ ଏହି କାହାଣୀ ରେ ଥିବା ସବୁ ଚରିତ୍ର ଙ୍କ ନାମ ଅନୁଭୂତି ସତ। ଆଉ ଏଇ ଗପ ଟିକୁ ମୁଁ ମୋ ସାଙ୍ଗ ରଶ୍ମି ରେଖା ଶତପଥୀ କୁ ଉତ୍ସର୍ଗ କରିବାକୁ ଚାହୁଁଛି। ସେ ତା ଜୀବନ ର ଏଇ ଛୋଟ ଅଂଶ ଟି କହି ନଥିଲେ। ମୁଁ କେବେ ମୋ ଗପ ଆରମ୍ଭ କରି ନଥାନ୍ତି ଏତେ କମ୍ ବୟସ ରୁ। କହିବାକୁ
ଗଲେ ସେ ମୋ ପ୍ରଥମ ପ୍ରେରଣା। 🥰🥰
🙏🏻🙏🏻🙏🏻🙏🏻🙏🏻
ଜୀବନର ଚୋରା ବାଲି
ଠନ ଠନ ଠନ......
ବାଜି ଉଠିଲା ମନ୍ଦିର ର ଘଣ୍ଟା । ଫେରିଆସିଲା ରଶ୍ମି ଅତୀତର ସ୍ମୃତିରୁ କିଛି ସମୟ ପାଇଁ । ଫରଫର ଉଡୁଥିଲା ଧବଳେଶ୍ୱର ମହାଦେବଙ୍କ ନେତ । ସୂର୍ଯ୍ୟକିରଣ ପଡି ଆହୁରି ସୁନେଲି ଦିଶୁଥିଲା ମହାନଦୀର ବାଲି । ଅମାନିଆ କେଶଗୁଡ଼ାକ ଦୁଷ୍ଟ ପବନ ଢେଉରେ ନାଚି ଚାଲୁଥିଲା ଅବିରତ । ରଶ୍ମିର କିନ୍ତୁ ସେ ପ୍ରତି ନିଘା ନଥିଲା । ସେ ହଜି ଯାଇଥିଲା କେଉଁ ଆଠ ବର୍ଷ ପୁରୁଣା ଏକ କାହାଣୀରେ । ହଁ ଏକ କାହାଣୀ , କିନ୍ତୁ ସତ ! ସତ ତାର ସଦସ୍ୟମାନେ ଓ ସେମାନଙ୍କର ସମ୍ପର୍କ । ଯେଉଁ କାହାଣୀର ପୂର୍ଣ୍ଣଛେଦ ବି ପ୍ରଶ୍ନଚିହ୍ନ ଟାଣି ଦେଇଥିଲା ରଶ୍ମିର ଆଖିରେ ।

ସେଦିନ ଥିଲା ସେ କାହାଣୀର ମୂଳଦୁଆ ପଡିଥିବାର ଦିନ । ରଶ୍ମି ହାଇସ୍କୁଲ ଫାଇନାଲ ପରୀକ୍ଷା ଦେଇ ନୂଆ ନୂଆ ସମରକୋର୍ସ ରେ ନାମ ଲେଖାଇଥିଲା ଭଦ୍ରକର କେଉଁ ଏକ ରେସିଡେନସିଆଲ୍ କଲେଜରେ । ସେ ଦିନ ତାର ଭେଟ ହେଲା ଏକ ଛାତ୍ର ସହ ଏବଂ ପ୍ରଥମ ଦେଖାରେ ହିଁ କୌଣସି କାରଣରୁ ଦିଜଣକ ମଧ୍ୟରେ ଝଗଡା ଲାଗିଯାଇଥିଲା । ଦୁହେଁ ଦୁହିଁଙ୍କ ନାମ ଜାଣିନଥିଲେ କିନ୍ତୁ ଜଣେ ଅନ୍ୟଜଣଙ୍କର ଡକା ନାମ ରଖିଦେଇଥିଲେ । ରଶ୍ମି ତାକୁ 'ଝିଙ୍କ' ଓ ସେ ରଶ୍ମି କୁ 'ଜିରାଫ' ବୋଲି ଡାକି ଚିଡ଼ଉଥିଲେ ଓ ଝଗଡା ଲାଗୁଥିଲେ ।
ଏମିତି ଝଗଡାରୁ ଆରମ୍ଭ ହୋଇଥିବା ଏକ ବନ୍ଧୁତା ନେବାକୁ ଯାଇଥିଲା ଏକ ଭିନ୍ନ ରୂପ ସେଇ ଗ୍ରୀଷ୍ମ ଛୁଟିରେ । କଲେଜ ତରଫରୁ ପିକନିକ ର ଆୟୋଜନ ଚାଲିଥିଲା । ଶେଷରେ ଧବଳେଶ୍ୱର ଶୈବପୀଠ କୁ ଉପଯୁକ୍ତ ସ୍ଥାନ ଭାବେ ବଛାଗଲା । ନିର୍ଦ୍ଧାରିତ ଦିନ ସମସ୍ତେ ନିଜ ପିକନିକ ବସ୍ କୁ ସଜାଇ ଜିନିଷ ପତ୍ର ଧରି ଧବଳେଶ୍ୱର ଅଭିମୁଖେ ଯାତ୍ରା କଲେ । ବସରେ ରଶ୍ମି ର ବିପରୀତ ସ୍ଥାନରେ ପିଲାଟି ବସିଥିଲା । ହଠାତ ପିଲାଟି ପଚାରିଲା - ତୋ ନାଁ କଣ ?
-ତୋର କଣ ଜାଣିବା ଦରକାର କି ଝିଙ୍କ ?
-ଆରେ ତୁ ମୋତେ ଝିଙ୍କ କାହିଁକି ଡ଼ାକୁ ଯେ ମୋ ନାଁ ତ ଶୁଭମ ।
-ଆହା , ତୋ ଚୁଟିତ ଝିଙ୍କ ଛୁଟି ପରି ଠିଆ ଠିଆ | ତତେ ଝିଙ୍କ ଡାକିବିନିତ ଆଉ କଣ ଡାକିବି ?
- ହୋ ....ହୋ ......ହୋ ..... ସତେ ? ତ ତୁ ବି ଜିରାଫ ଭଳି ଲମ୍ବା , ତୋ ବେକ ବି ଲମ୍ବା | ତେଣୁ ତତେ ଜିରାଫ ଡାକିବି ଯଦି ତୁ ତ ନାଁ ନ କହୁ ?
-ବେ ଝିଙ୍କ ବେଶୀ ବକର ବକର ହୋଇ ମୋ ମୁଣ୍ଡ ଖାଆନା କହୁଛି | ମୋ ନାଁ ରଶ୍ମିରେଖା | ହେଲା ଏବେ ଖୁସି ତ ? ଯା ପଳା ଏଠୁ |
-ଓକେ ମାଡାମ ରଶ୍ମି ତମେ ଏତେ ରାଗୁଛ କାହିଁକି ମ ? ଗୋଟେ କାମ କର ତୁ ମୋତେ ଝିଙ୍କ ଡାକ ମୁଁ ତତେ ଝି ରାଫ୍ ଡାକିବି । ଆଉ ଝଗଡା ଲାଗିବାନି , ଭଲ ସାଙ୍ଗ ହେବା ।
-ହୁଃ ! ତୋର ପୁଣି ଭଲ ସାଙ୍ଗ? ନାଁ ବେଙ୍ଗ ।
-କାଇଁ ମୁଁ କଣ କଲିକି ?
-କିଛି ନାହିଁ । ଠିକ ଅଛି ସାଙ୍ଗ ।
-ହଉ ତୋ ଘର କଉଠି ଲୋ ?
-ବେ ତୁ ମୋ ଉପରେ ପି.ଏଚ୍.ଡି. କରିବୁନା କଣ ? ତୁ ତୋ ଘର କଉଠି ଆଗେ କହୁନୁ ?
-ମୋ ନାଁ ଶୁଭମ , ମୋ ବାପା , ମା ଅଷ୍ଟ୍ରେଲିଆରେ ରୁହନ୍ତି କିନ୍ତୁ ନିଜ ଘର ଭଦ୍ରକ ।
-ବେ ! ତୁ ଏଠି କଣ କରୁଛୁ ? ତୁ ଗଲୁଣି କି ଅଷ୍ଟ୍ରେଲିଆ ? ଏତେ ମସ୍ତ ଜାଗା ଛାଡି ତୁ ଏ ଧତରା କଲେଜ ରେ ପଡ଼ିଛୁ କାହିଁକି ?
-ଓହୋ , ଟିକେ ନିଶ୍ୱାସ ନେଇତେ ଦେ ଲୋ କହିବି | କିନ୍ତୁ ତୁ କାହାକୁ କହିବୁନି ପ୍ରୋମିଜ କର ।
-ହଉ ବାବା କହିବିନି ପ୍ରୋମିଜ୍ ।
-ଆରେ କଥାଟା ହେଲା , ମନୀଷା ମୋ ପ୍ରେମିକା। ତାକୁ ମୁଁ ବହୁତ ଭଲ ପାଏ । ସେ ଏଠି ପଢିଲା ତ ମୁଁ ତାକୁ ଛାଡି ଅଷ୍ଟ୍ରେଲିଆ କେମିତି ଯାଇଥାନ୍ତି ? ତେଣୁ ମୁଁ ବି ଜିଦ କରି ଏଇଠି ପଢ଼ିଲି ।
-ହେ ଭଗବାନ ! ଏଇଟା ପାଗଳଟା ।
-ସେଇଟା ତ ମୁଁ ଜାଣିଛି ନୂଆ କଥା କହ ।
-ହାଃ....ହାଃ ....ହାଃ ....
-ଜିରାଫ ଲୋ ଗୋଟେ ସାହାଯ୍ୟ କରନା | ସେ ମୋ ଉପରେ ରାଗିଛି । ଗୋଟେ ସପ୍ତାହ ତା ସହ କଥା ହେଇନଥିଲି ବୋଲି | ତାକୁ ଟିକେ ବୁଝା ପ୍ଲିଜ ପ୍ଲିଜ ପ୍ଲିଜ |
- ହଉହେଲା | ମୁଁ କଲେଜ ଗଲେ ସେ କଥା ବୁଝିବି ।
- ଧନ୍ୟବାଦ ଲୋ ଜିରାଫ ତୁ କେତେ ଭଲ ।
-ହଁ ସେଇଟା ତ ମୁଁ ଜାଣିଛି । ବେଶୀ ତାରିଫ କରନା ଆଉ ।
ଏମିତି କଥାବାର୍ତ୍ତାରେ ବସ୍ ଯାଇଁ ପହଁଚିଲା ମହାନଦୀ କୂଳରେ ଥିବା ସେଇ ପବିତ୍ର ମନ୍ଦିର ପାଖେ । ସମସ୍ତେ ଶିବଙ୍କର ଦର୍ଶନ ସାରି ମହାନଦୀର କୂଳରେ ବୁଲିବାକୁ ଗଲେ । ପୁଅମାନେ ଗୋଟେପଟେ ଆଉ ଝିଅମାନେ ଗୋଟେପଟେ ବୁଲୁଥିଲେ । ଏହି ସମୟରେ ରଶ୍ମିର ଗୋଡ ଅଟକିଗଲା । ସେ ଭାବିଲା ସାପ ନହେଲେ କୁମ୍ଭୀର ବୋଧେ ତା ଗୋଡ କୁ ଟାଣି ଧରିଛି । ସେ ଜୋରରେ ପାଟିକଲା | ଶୁଭମ କହିଲା- ଲୋ ଜିରାଫ କାହିଁକି ଛୋଟ ପିଲା ପରି ଚିଲଉଛୁ କହିଲୁ ? ତା ପରେ ସାଙ୍ଗମାନେ ତାକୁ ଟାଣି ବାହାରକଲେ । ଆରପଟେ ବହୁତ ପାଟି ଶୁଭିଲା । ସମସ୍ତେ ସେଠାକୁ ଦୌଡିଲେ । ସେଠି ପହଞ୍ଚି ଦେଖିଲେ ଦୁଇଟି ପିଲା ନଦୀଭିତରେ ପାଟି କରୁଛନ୍ତି ଯେ ତାଙ୍କ ଗୋଡ ପସିଯାଉଛି । ଶୁଭମ ସାଙ୍ଗେ ସାଙ୍ଗେ ପାଣି ଭିତରକୁ ଡେଇଁ ପଡିଲା ଦୁଇଜଣଙ୍କୁ ବାହାର କରୁ କରୁ ନିଜେ ଫସିଗଲା ଚୋରାବଳି ଭିତରେ । ଚାହୁଁ ଚାହୁଁ ସମସ୍ତଙ୍କ ଆଖି ଆଗରେ ସେ ଅନ୍ତର୍ଦ୍ଧାନ ହୋଇଗଲା । ରଶ୍ମିର ଆଖି ଏହା ବିଶ୍ୱାସ କରିପାରୁନଥିଲା । ତା ଅଜାଣତରେ ଶ୍ରାବଣର ବାରିଧାରା ତା ଗଣ୍ଡଦେଶ ଭିଜାଇ ବହି ଚାଲି ଥିଲା ଅବିରତ ।
ଆଗକୁ ରଶ୍ମିର ଜନ୍ମଦିନ ଆସୁଥିଲା କିନ୍ତୁ ତା ମନରେ ନଥିଲା ଖୁସି ଆଉ ଉତ୍ସାହ । କିଛିଦିନ ଆଗରୁ ନୂଆ ଡ୍ରେସ ପାଇଁ ଯେ ଫୋନରେ ଅଳିକରୁଥିଲା , ଆଜି ସେ ବିଷୟରେ ସେ କିଛି ବି କହୁନଥିଲା । ସେ ଶୁଖିଯାଇଥିବା ବରଗଛପରି ଦିଶୁଥିଲା । ତା ଓଠ ରେ ହସ ମଉଳି ଯାଇଥିଲା । ଶୁଭମର ନିସ୍ଵାର୍ଥପର ବନ୍ଧୁତ୍ୱ ଯେମିତି ସେ ଗଲା ପରେ ହିଁ ବୁଝିପାରୁଥିଲା । ବସରେ ଦେଇଥିବା କଥା ସେ ରଖିପାରିନଥିଲା | ତାର ସେ ଛୋଟିଆ ସାହାଯ୍ୟ ଟି କରିବା ଆଗରୁ ସେ ହଜିଯାଇଥିଲା ଏକ ଅଜଣା ଦୁନିଆରେ ଯେଉଁଠୁ କେହି କେବେ ଫେରେନା ହଜିଲା ପରେ ।
ସମୟର ସୁଅ ସବୁ କ୍ଷତ ଭରିଦିଏ ସିନା ଛାଡିଦେଇଯାଏ ଗଭୀର ଛାପ । ଯେଉଁ ଛାପ ଅଦିନରେ ମନେପକେଇଦିଏ କ୍ଷତର ଗଭୀରତା ଆଉ କଷ୍ଟ । ଥରାଇଦିଏ ମନ ଆଉ ବୋହିପଡ଼େ ଜଳଧାରା ।
ଠିକ ସେହିପରି ଆଜି ଏହି ବେଳା ଭୂମିରେ ରଶ୍ମି ବସି ଓଲଟାଉଛି ଅତୀତର ପୃଷ୍ଠା । କେତେ ନିଷ୍ଠୁର ନିୟତିର ଖେଳ । ମହାନଦୀର ଚୋରା ଵାଲି ସିନା ମଣିଷକୁ ହଜାଇଦିଏ ସବୁଦିନ ପାଇଁ କିନ୍ତୁ ଜୀବନ ପଥ ର ଚୋରାବାଲି ଲୁଚ କାଳି ଖେଳେ ମଣିଷ ସହ । କେବେ ଦିଶିଯାଏ ସେହି ପ୍ରିୟ ମଣିଷର ମୁହଁତ କେବେ ଲୁଚିଯାଏ । କେବଳ ରହିଯାଏ ହୃଦୟର ସୁନେଲି ବାଲିରେ ତାର ପଦଚିହ୍ନ ।
କାହାଣୀର ପୂର୍ଣ୍ଣଛେଦ ତ ଦୀର୍ଘ ଆଠବର୍ଷ ତଳେ ପଡିସାରିଥିଲା । କିନ୍ତୁ ଆଜିବି ରଶ୍ମି ମନରେ ଅନେକ ପ୍ରଶ୍ନ । ତା ମନରେ ତା ବନ୍ଧୁତ୍ୱରେ ନା କେବେ ପୂର୍ଣ୍ଣଛେଦ ପଡିଛି ନା ପଡିବ !…………..

ଏହି ଗଳ୍ପ ଟି "ଶୁଭ ଦୃଷ୍ଟି" ନାମକ ଏକ ଇ ପତ୍ରିକା ରେ ପ୍ରକାଶିତ। ପତ୍ରିକା ଟି ଡାଉନଲୋଡ୍ କରିବା ପାଇଁ ଏହି ବାକ୍ୟ କୁ ଛୁଅନ୍ତୁ।
Got attached emotionally.. Nyc darlo 😍..
ReplyDeleteSo nyc
ReplyDeleteAchhha hai
ReplyDeleteSo nice
ReplyDeleteBhala heichi
ReplyDeleteBhala heichi
ReplyDeleteJardin Casino 22Bet Sign In For Sale
ReplyDeleteJardin is 스포츠토토 배당률 계산 벳피스트 a gambling site that offers a virtual sports betting experience as how can i order air jordan 18 retro toro mens sneakers a air jordan 18 retro toro mens sneakers good site way to enjoy a virtual sports betting experience as a member air jordan 18 retro racer blue online free shipping of air jordan 18 retro yellow suede sports the