Post Top Ad

your ad

Tuesday, 31 March 2020

ଗଳ୍ପ # 3




           ଆଗ ରେ ବସିଥିବା ସେ ଝିଅଟି ଝର୍କା ରେ କହୁଣୀ ଭରା ଦେଇ ଟ୍ରେନ ବାହାରକୁ ଚାହିଁ ନିଜଭାବନାରେ ହଜିଯାଇ ଥିଲା । ବେଳେ ବେଳେ ମୁହଁ ଉପରେ ପଡୁଥିବା କେଶକୁ ସଜାଡୁଥିଲା, ଯେମିତି ଏକଦା ସଜାଡ଼ୁଥିଲା ସ୍ୱପ୍ନା । ଏକ ଦୀର୍ଘ ଶ୍ଵାସ ଛାଡ଼ିଲା ପ୍ରକାଶ ।
     ସ୍ୱପ୍ନା , କଲେଜ ଜୀବନର ସବୁଯୁବକ ମାନଙ୍କର ସ୍ବପ୍ନର ନାୟିକା । ଛଳ ଛଳ ଆଖି ରେ ଅନେକ ଉଚ୍ଚ କୁ ଉଡ଼ିଯିବାର ସ୍ବପ୍ନ ନେଇ ସେ ଘୁରି ବୁଲୁ ଥିଲା ସୁନ୍ଦର ପ୍ରଜାପତି ଟିଏ ପରି। ତାକୁ ଥରେ ଦେଖିବା ପାଇଁ,ତା ସହ ଦିପଦ କଥା ହେବା ପାଇଁ ଟୋକାଙ୍କର କାହିଁ କେତେ ବାହାନା। କିନ୍ତୁ ତା ଚାରି ପାଖର ଭିଡ଼ କୁ ଠେଲି ସେ ନିକଟତର ହେଇଥିଲା ପ୍ରକାଶ ର। ପ୍ରକାଶ ଥିଲା ସୁନ୍ଦର, ନମ୍ର ଓ କଲେଜ୍ ର ମେଧାବୀ ଛାତ୍ର। ପାଠ ପଢ଼ା ର କେତେ ଆଳ ରେ ସ୍ବପ୍ନା ନିକଟତର ହେବାକୁ ଚାହୁଁ ଥିଲା ପ୍ରକାଶ ର । ପ୍ରକାଶ ସ୍ଵଭାବ ରେ ଥିଲା ଲାଜକୁଳା । କିନ୍ତୁ ସ୍ଵପ୍ନା ସହ ଯଥା ସମ୍ଭବ ଭଦ୍ରତା ର ସହ କଥା ହେଉଥିଲା। ଧୀରେ ଧୀରେ ସ୍ବପ୍ନା କୁ ପ୍ରକାଶ ର ସମସ୍ତ ଗୁଣ ଆକୃଷ୍ଟ କରୁଥିଲା ଓ ତା ମନ ଭିତରେ ଥିବା ସେ ସୁନ୍ଦର ମନ୍ଦିର ରେ ସେ ତାକୁ ପୂଜି ଚାଲିଥିଲା। କିନ୍ତୁ ପ୍ରକାଶ ବୁଝୁ ନଥିଲା ବିଚାରୀ ର ବ୍ୟଥା। ସେ କେବେ କେବେ ସ୍ଵପ୍ନା ର ମୁହଁ କୁ ଦେଖୁଥିଲା। ସ୍ବପ୍ନା ର କେଶ ଗୁଡ଼ିକ ପବନ ରେ ଉଡ଼ି ତା ମୁହଁ ଉପରେ ପଡ଼ୁଥିଲେ  ଆଉ ତାର ଦୁଇ ହରିଣୀ ଆଖି କୁ ହଇରାଣ କରୁଥିଲେ । ଆଉ ସ୍ବପ୍ନା ପ୍ରତି ଥର କେଶ ଗୁଡ଼ିକୁ ସଜାଡ଼ି ତା କାନ ପଛ ପଟେ ଜାକି ଦେଉଥିଲା । ଏସବୁ ପ୍ରକାଶ କୁ ମତୁଆଲା କରିବାରେ ଲାଗିଥିଲା। ସ୍ବପ୍ନା ର ଶତ ଚେଷ୍ଟା ପରେ ବି ପ୍ରକାଶ ର ସ୍ଥିର ହୃଦୟ ତରଳି ପାରି ନଥିଲା।ତା ମାନେ ନୁହଁ ଯେ ପ୍ରକାଶ ସତରେ କିଛି ଅନୁଭବ କରିନଥିଲା। ସେ ଜାଣି ଜାଣି ତା ମନ ଭିତରେ ତାର ମନୋଭାବ କୁ ଚାପି ଦେଇଥିଲା। କାରଣ ସ୍ବପ୍ନା ଥିଲା ବଡ଼ ଘର ର ଝିଅ ଆଉ ପ୍ରକାଶ ଥିଲା ବାପା ଙ୍କୁ ହରେଇଥିବା ଗୋଟେ ମଧ୍ୟବିତ୍ତ ପରିବାର ର  ପୁଅ। ମା ଙ୍କ  କଷ୍ଟ ଉପାର୍ଜିତ ଧନ ରେ ସେ ପାଠ ପଢ଼ି ଆଇ.ଏ.ଏସ୍ କରିବାକୁ ଚାହୁଁ ଥିଲା। ତା ଲାଗି ତା ଲକ୍ଷ୍ୟ ଥିଲା ସବୁ କିଛି। ପ୍ରେମ ରେ ପଡ଼ି ସେ ତା ଲକ୍ଷ୍ୟ ଭାଙ୍ଗିବାକୁ ଚାହୁଁ ନଥିଲା। କ୍ୟାରିୟର ତା ଲାଗି ସବୁଠୁ ମୂଲ୍ୟବାନ ଥିଲା।
       ବହୁତ ଚେଷ୍ଟା କରି ଦିନେ ସ୍ବପ୍ନା ପ୍ରକାଶ କୁ ତା ମନ ର କଥା କହିଲା, " ପ୍ରକାଶ ପ୍ରଥମ ଦିନ ରୁ ହିଁ ତୁମର ବ୍ୟବହାର ରେ ମୁଁ ତୁମ ପ୍ରତି ଆକର୍ଷିତ। ସେଇ ଆକର୍ଷଣ ଯେ କେବେ ପ୍ରେମ ର ରୂପ ନେଇଗଲା ମୁଁ ବୁଝି ପାରିଲିନି। ମନେ ମନେ ମୋ ମନ ମନ୍ଦିର ରେ ମୁଁ ତୁମକୁ ହିଁ ଦେବତା ରୂପେ ସ୍ଥାନ ଦେଇ ସରିଛି। ଏବେ କିନ୍ତୁ ତୁମ ସ୍ଵୀକୃତି ର ଅପେକ୍ଷା । "
ପ୍ରକାଶ ତାର ଚିରାଚରିତ ଶାନ୍ତ ସରଳ ସ୍ଵଭାବ ରେ ଉତ୍ତର ରଖିଲା- " ସ୍ବପ୍ନା , ତୁମେ ବହୁତ ସୁନ୍ଦର, ଯେ କେହି ବି ତୁମକୁ ମନ ର ମାନସୀ ରୂପେ ପାଇ ଧନ୍ୟ ହେବ, ଏହା ନିଃସନ୍ଦେହ । କିନ୍ତୁ ମୁ ଏବେ ପ୍ରେମ ରୂପକ ସେ ମାୟାଜାଲ ଭିତରକୁ ପଶିବାକୁ ଚାହୁଁନି। ମୋର ଲକ୍ଷ୍ୟ ଭିନ୍ନ। ଏସବୁ ମତେ ମୋ ଲକ୍ଷ୍ୟ ପଥରୁ ବିଚ୍ୟୁତ କରିବ। ଆଉ ସମୟ ବି ମୁଁ ମାଗି ପାରିବିନି, କାରଣ ମୁଁ ମୋ ଲକ୍ଷ୍ୟ ସ୍ଥଳ ରେ ପହଞ୍ଚିବାକୁ କେତେ ଯେ ସମୟ ଲାଗିବ ଜାଣିନି। ତେଣୁ ସ୍ବପ୍ନା ଦୟା କରି ମତେ ଭୁଲି ଯାଅ          । ମୁଁ ତୁମକୁ ମୋ ପରି ଗୋଟେ ଅଭିଶପ୍ତ ଜୀବନ ଭିତରକୁ ଟାଣି ଆଣି ତୁମ ଖୁସି ର ଜୀବନ ଟିକୁ ନଷ୍ଟ କରିବାକୁ ଚାହୁଁନି। "
ଏତିକି କହିସାରି ପ୍ରକାଶ ଚାଲିଯାଇଥିଲା ସ୍ବପ୍ନା କୁ ଝର ଝର ଲୁହ ରେ ଭସାଇ। ସ୍ବପ୍ନା କିନ୍ତୁ ଭୁଲି ପାରୁ ନଥିଲା ପ୍ରକାଶ ର ସେ ଶାନ୍ତ ନିରୀହ ମୁହଁ କୁ।
ତା ପର ଦିନ ସ୍ବପ୍ନା ମେସେଜ କଲା - " ପ୍ରକାଶ, ତୁମ ଛଡ଼ା ମୁଁ ଆଉ କାହାକୁ ଏ ମନ ଭିତରେ ଜାଗା ଦେବା ଅସମ୍ଭବ। ଯେବେ ତୁମକୁ ଭଲ ପାଇଛି, ତୁମ ଜୀବନ ର  ସବୁ ଅଭିଶାପ କୁ ଖୁସି ରେ ଆଲିଙ୍ଗନ କରିବି। ତୁମର ସବୁ ସମୟ ରେ ସାଥୀ  ଆଉ ପ୍ରେରଣା ସାଜିବି। ତୁମ ଲକ୍ଷ୍ୟ ଆଜିଠୁ ମୋ ଲକ୍ଷ୍ୟ। ଆମେ ସାଥୀରେ ମିଶିକରି ସବୁ ଲକ୍ଷ୍ୟ ପୁରା କରିବା। ଯଦି ତୁମ ମନରେ ମୋ ପ୍ରତି ଟିକେ ବି ଭଲପାଇବା ଥାଏ, ତାହେଲେ ଆଜି ସନ୍ଧ୍ୟା ପୂର୍ବରୁ କଲେଜ୍ ପାଖ ବରଗଛ ପାଖେ ଦେଖା କରିବ। ମୁଁ ତୁମ ଅପେକ୍ଷା ରେ ରହିବି ।
ମେସେଜ ପଢ଼ିସାରି ପ୍ରକାଶ ଭାବ ବିହ୍ୱଳ ହେଇଗଲା ଅଜାଣତରେ ତା
ଆଖି ରୁ  ଦୁଇ ଟୋପା ଲୁହ ବୋହି ଆସି ତା ଗାଲ ସର୍ ସର୍  କଲେ । ସେ ଲୁହ ପୋଛି ଭାବିଲା- " ନା ମୁଁ ସେ ନିରୀହ ଚୁଲ୍ ବୁଲି ପ୍ରଜାପତି କୁ ମୋ ଜୀବନ ର  ଅନ୍ଧକାର ଭିତରକୁ ଟାଣି ଆଣି ପାରିବିନି। ଆଜି ଯାଏଁ ମୋର ଦୁର୍ବଳତା କେବଳ ପଢ଼ା ଛଡ଼ା ଆଉ କିଛି କେହି ନଥିଲେ। କିନ୍ତୁ ଆଜି ସ୍ବପ୍ନା ପାଇଁ ମୋ ଆଖିରେ ଲୁହ କାହିଁକି? ନାଁ ମୁଁ ତାକୁ ମୋ ଦୁର୍ବଳତା କରି ପାରିବିନି। ଏହା ଭାବି ସେ ଫୋନ୍ କୁ ନୀରବ କରି ଦେଇ କାମ ରେ ଲାଗିଗଲା।
          ସନ୍ଧ୍ୟା ପାଖେଇ ଆସୁଥିଲା ଆଉ ସ୍ବପ୍ନା ଆଖିରେ ପ୍ରତୀକ୍ଷା ର ଅଶ୍ରୁ ଢଳ ଢଳ କରୁଥିଲା। ଏହି ସମୟ ରେ କିଛି ବାତରା ପିଲା ଙ୍କ ଲୋଲୁପ ଦୃଷ୍ଟି ତା ଉପରେ ପଡ଼ିଲା। ସେମାନେ ତା ସହ ଅଭଦ୍ରାମି ଆରମ୍ଭ କରିଦେଲେ। ସେ ପ୍ରକାଶ କୁ ଫୋନ କରୁଥାଏ ବାର୍ ବାର୍। ସେମାନେ ସ୍ବପ୍ନା କୁ କହିଲେ- " ଆଲୋ କାହାକୁ ଏତେ ଫୋନ୍ କରୁଛୁ? ଏତେ ଅପେକ୍ଷା କାହା ଲାଗି? ଆମେ ଅଛୁ ନା। ଆମ ସହ ଚାଲ ଆଉ ଆମ ଭିତରୁ କାହାକୁ ପସନ୍ଦ କରି ନେ। "
ସ୍ବପ୍ନା ସେମାନଙ୍କୁ ଠେଲି ଦେଇ ବା ଭାଙ୍ଗି ଚାଲିଯିବାକୁ ବସିଲା। ସେମାନେ ତା ହାତ ମୋଡ଼ି ଫୋନ୍ ଫିଙ୍ଗି ଦେଲେ । ଆଉ ପାଟି କଲାରୁ ଜୋର୍ କରି ଉଠେଇକି ନେଇଗଲେ। ସ୍ବପ୍ନା ର ଆକୁଳ ଚିତ୍କାର ପବନ ରେ ମିଳେଇ ଗଲା । ସେଇ କାମ ପିପାସୁ ରାକ୍ଷସ ଗୁଡ଼ିକ ସ୍ବପ୍ନା ର ସର୍ବ ମୂଲ୍ୟ ସମ୍ପତ୍ତି କୁ ଖିନ୍ ଭିନ୍ କରି ଲୁଟି ନେଲେ । ଆଉ ତା ପରେ ସେମାନେ ସ୍ବପ୍ନା କୁ ଗୁରୁତର ଅବସ୍ଥାରେ ରାସ୍ତା କଡ଼ ରେ ଫିଙ୍ଗି ଦେଇ ଗଲେ। ସ୍ବପ୍ନା ରାତି ସାରା କଷ୍ଟ ପାଇ ବଞ୍ଚି ରହିଲା କେବଳ ପ୍ରକାଶ ର ଶେଷ ଦେଖା ପାଇଁ।
         ରାତି ରେ ପ୍ରକାଶ ଫୋନ୍ ଦେଖିଲା  ବେଳକୁ ସ୍ବପ୍ନା ର ବହୁତ ଗୁଡ଼ାଏ ଫୋନ୍ ଆସି କଟି ଯାଇଥିଲା। ତା ମନ ଛଟ ପଟ ହେଉଥିଲା। ଫୋନ୍ ଧରି ସ୍ବପ୍ନା ପାଖକୁ ଲଗେଇଲା, କିନ୍ତୁ ଫୋନ୍ ବନ୍ଦ ଆସିଲା। ସେ ଭାବିଲା ସେ  ନଯିବାରୁ ସ୍ବପ୍ନା ରାଗିକି ଫୋନ୍ ବନ୍ଦ କରି ଦେଇଛି। ସେ ବି ଆଉ କାହାଠୁ କିଛି ବୁଝିବାକୁ ଚେଷ୍ଟା ନା କରି ଶୋଇ ଗଲା। ରାତି ସାରା ମନ ଆଶଙ୍କା ରେ ଛଟ ପଟ ହେଉଥିଲା।
ସକାଳେ ଏକ ଅଜଣା ନମ୍ୱର୍ ରୁ ଫୋନ୍ ପାଇ ସେ ବଡ଼ ଡାକ୍ତରଖାନା ଦଉଡ଼ି ଯାଇଥିଲା। ଡାକ୍ତରଖାନା ଶଯ୍ୟା ରେ ଦୁଇଟି ଛଳ ଛଳ ଆଖି  ଚାହିଁ ରହିଥିଲେ ପ୍ରକାଶ ର ଆଗମନ କୁ। ପ୍ରକାଶ କୁ ଦେଖି ସ୍ବପ୍ନା ର ଶୁଖି ଯାଇଥିବା ରକ୍ତାକ୍ତ ଓଠ ରେ ଚେନାଏ ହସ ଖେଳିଗଲା। ପ୍ରକାଶ ସବୁ କଥା ଜାଣିବା ପରେ ପାଗଳ ପ୍ରାୟ ହେଇଗଲା। ନିଜକୁ ଦୋଷୀ ମନେ କରି ଧିକ୍କାରିଲା । ସ୍ବପ୍ନା କୁ କୁଣ୍ଢେଇ ଧରି କାନ୍ଦିବାକୁ ଲାଗିଲା ଓ କହିଲା- " ସ୍ବପ୍ନା ମୁଁ ତୁମକୁ ବହୁତ ଭଲପାଏ। ଆଜି ତମର ଏ ଅବସ୍ଥା ପାଇଁ ମୁଁ ଦାୟୀ। ମୋ ଭୂଲ୍ ର କ୍ଷମା ନାହିଁ, ମୋ ପାପ ର  ପ୍ରାୟଶ୍ଚିତ ନାହିଁ । ଆଜି ମୋ ସ୍ୱାର୍ଥପରତା ଓ ଖାମଖିଆଲି ଗୁଣ ଯୋଗୁଁ ତୁମର ଏ ଅବସ୍ଥା। ମୋତେ କ୍ଷମା କରିଦିଅ, ଆଉ ଜଲଦି ଠିକ୍ ହେଇ ଯାଅ। "
ସ୍ବପ୍ନା ପ୍ରକାଶ କଥା ଶୁଣି ଖୁସିରେ ଗଦ୍ ଗଦ୍ ହୋଇଗଲା, କହିଲା- " ମୋତେ ତ ସବୁକିଛି ମିଳିଗଲା, ଏବେ ମୁଁ ଚରମ ଶାନ୍ତି ରେ ମରି ପାରିବି। ମଲା ପୂର୍ବରୁ ତୁମ ଦେଖା ପାଇବି ବୋଲି ଭଗବାନ ଙ୍କୁ ଡାକୁଥିଲି । ହେଲେ ସେ ତ ତୁମ ଦେଖା ସହ ତୁମ ଭଲପାଇବା ବି  ମୋତେ ଦେଇଦେଲେ । ଏବେ ମୋର କିଛି ଅନୁଶୋଚନା ନାହିଁ। ଏତିକି କହି ସ୍ବପ୍ନା ର ଓଠ ସ୍ଥିର ହୋଇଗଲା। ଆଖି ନିଶ୍ଚଳ ଓ ହୃତ୍ ସ୍ପନ୍ଦନ ବନ୍ଦ ହେଇଗଲା। ପ୍ରକାଶ ର ହୃଦୟ ଦୁଃଖ ରେ ଖଣ୍ଡ ଖଣ୍ଡ ହୋଇ ଗଲା। ସେ ପଥର ପାଲଟି ଗଲା ଓ କହିଲା - " ସ୍ବପ୍ନା ତମେ ଏ କଣ କଲ ? ମୋର ଏ ଭୁଲ୍ ପାଇଁ ମୋତେ ଏତେ ବଡ଼ ଶାସ୍ତି ଦେଇଗଲ। ତୁମ ବିନା ମୁଁ ଏଇ ଜୀବନ ଯାତ୍ରା ରେ କାହା ପାଇଁ ବଞ୍ଚିବି। ସାରା ଜୀବନ ପଶ୍ଚତାପ ର ନିଆଁ ରେ ଜଳି ଜଳି ବଞ୍ଚିବି। କାହିଁକି ସ୍ବପ୍ନା କାହିଁକି? ଚୁପ୍ କାହିଁକି ହୋଇଗଲ? ଉତ୍ତର ଦିଅ। "
" ବାରମଜା ଚାଟ୍... ବାରମଜା ଚାଟ୍ .... ନେବେକି ବାବୁ? "
" ନାଁ ଦରକାର ନାହିଁ। "
ପ୍ରକାଶ ପୁଣି ଫେରି ଆସିଲା କୋଳାହଳ ମୟ ଟ୍ରେନ ବଗି ଭିତରକୁ । ଆଗ ସିଟ୍ ର ଝିଅଟି କେତେ ବେଳୁ ଚାଲି ଯାଇଥିଲା, କିନ୍ତୁ ଉଖାରି ଦେଇଥିଲା ପ୍ରକାଶ ର ପୁରୁଣା ଘା ଟିକୁ

16 comments:

  1. Rout Radhamohan31 March 2020 at 19:05

    So nice. Great wording. Loved it

    ReplyDelete
  2. So nice story... ending of the story touched the heart...keep going..

    ReplyDelete
  3. Beautiful lipsa😍 touched me.

    ReplyDelete
  4. ଲେଖା ଟି ତୁମର ଅତି ଭାବ ବିହ୍ୟୁଳ 🤩

    ReplyDelete
  5. Ati sunder lekha...👌🏻👌🏻

    ReplyDelete
  6. ହୃଦୟସ୍ପର୍ଶୀ ଗଳ୍ପଟିଏ

    ReplyDelete
  7. Nice one di...just keep it up

    ReplyDelete
  8. Hmm... very good...carry on

    ReplyDelete
    Replies
    1. U r always awesome. Last paragraph ta sabuthu besi vala lagila. Superb👌

      Delete
  9. କଣ ଲେଖିଲ ହୋ ଦିଦି
    କଂଦେଇ ଦେଲ😢👌👌👌😊

    ReplyDelete

Post Top Ad

your ad