Post Top Ad

your ad

Saturday, 18 April 2020

ପ୍ରଥମ ବର୍ଷା




ଆଜି ପୁଣି ଆସିଥିଲା ବର୍ଷା,
ସାଙ୍ଗରେ ବିଜୁଳି ଆଉ ଘଡ଼ଘଡ଼ି ର ସମ୍ଭାର ନେଇ।
ଆଜି ବି ମୁଁ ରୋଷେଇ ଘରେ ପକୁଡ଼ି ଛାଣୁ ଥିଲି ।
ଚାହା ପାତ୍ର ରେ ଚାହା ଫୁଟି ଲାଲ୍ ହେଉଥିଲା।
ଆଜି ବି ବାରଣ୍ଡା ରେ ଦୁଇ ଟି ଚୌକି ସେମିତି ଭିଜୁଥିଲା ।
ଭିଜୁଥିଲା ବାଡ଼ି ରେ ତମେ ଲଗେଇ ଥିବା ସବୁ ଗଛ। ତୁମର ପ୍ରିୟ ସେଇ ଗଙ୍ଗ ଶିଉଳି ବି।
କିନ୍ତୁ
ଆଜି ନଥିଲା ପିଲା ମାନଙ୍କ ର ଝଗଡ଼ା ପକୁଡ଼ି ପାଇଁ।
ଆଜି ପଡ଼ୁ ନ ଥିଲା ହୁରି କାଗଜ ଡଙ୍ଗା ପାଇଁ
ଆଜି ଢାଳୁ ନ ଥିଲି ମୁଁ ଦୁଇ କପ୍ ଚାହା ।
ଆଜି ନ ଥିଲ ତୁମେ ।
ନଥିଲା ତମର ପ୍ରେମ ଭରା ସ୍ପର୍ଶ ।
ଆଜି ମୁଁ ଭିଜୁ ଥିଲି ଏକା , ବିଲକୁଲ୍ ଏକା
ନିଦାଘ ର ପ୍ରଥମ ବର୍ଷା ରେ ।
Storips@

1 comment:

Post Top Ad

your ad