ଜହ୍ନ କୁ ମାଗିଲି ଜୋଛନା ଟୋପେ
ଜହ୍ନ କୁ ମାଗିଲି ଜୋଛନା ଟୋପେ
ତୁମ ପାଇଁ ସାଇତିବାକୁ,
କିନ୍ତୁ ସେ ତ ଝର ଝର ଜୋଛନା ରେ ଭିଜେଇ ଦେଲା ମୋ ପୁରା ଶରୀର।
କଇଁ କୁ ମାଗିଲି ପ୍ରୀତି ରୁ ଟିକେ
ତୁମ ଠି ଅଜାଡ଼ିବାକୁ,
ହେଲେ ସେ ତ ପୀରତି ରେ ଧୋଇ ଦେଲା ମନ କୁ ମୋର।
ଶିହରୀ ଉଠିଲା ଦେହ ଏକ ଅଜଣା ପୁଲକ ରେ,
ଯେଉଁଠି ଥିଲ ତମେ ଆଉ ତମ ସ୍ନେହ।
ଜହ୍ନ ଆଲୁଅ ର ଝାପସା ଆଭା ରେ
ଉଜ୍ଜ୍ବଳ ଦିଶୁ ଥିଲା ତମ ମୁଁହ।
ତମ ହସ ସଞ୍ଚରି ଯାଉଥିଲା ମୋ ଓଠ କୁ
ତମେ କହିଲ ମୁଁ ହସିଲେ "କାଳେ" ସୁନ୍ଦର ଦିଶେ ବୋଲି,
ହେଲେ ମୁଁ ଭାବିଲି କେବେ ହସିବା ବେଳେ ତମେ ନିଜକୁ ଦେଖିନ ବୋଲି।
ମୋର ଦୁଇ ହାତ ଛନ୍ଦି ହୋଇ ଥିଲା ତମ ହାତ ରେ,
ଲାଜ ରେ ମୁଁ ବୁଡି ଯାଉଥିଲି ତମ ଭିତରେ।
ଆଖି ସାଥେ ଆଖି ମିଶେଇ ବାକୁ ତମେ କହିଲ ,
ଆରେ ଏ କଣ ତମ ଆଖିରେ ଯେ ମୁଁ ?
ଠିକ୍ ଏତିକି ବେଳେ ଏ ଦୁଷ୍ଟ ଜହ୍ନ ଲୁଚିଗଲା ମେଘ ଫାଙ୍କ ରେ।
ତୁମେ ହସୁ ଥିଲ ଦୁଷ୍ଟାମୀ ର ହସ, ଆଉ ମୁଁ ଲୋଟୁଥିଲି ତୁମ ଛାତିରେ।
Storipsa
ବହୁତ୍ ବଢିଆ ଭାବେ, ଶୃଙ୍ଗାର ରସ ର ପ୍ରତିପାଦନ କରିଚ । ଖୁବ୍ ସୁନ୍ଦର୍ ।
ReplyDeleteVery romantic
ReplyDeleteHe he thanks sir...sabu apananka pain..
Delete