ସ୍ବପ୍ନ ନାୟକ
ତୁମେ କିଏ? ଜାଣେନା,
କାହିଁକି ଯେ ଆସ ମୋ ସ୍ବପ୍ନ ରେ ନିତି,
ହସାଅ କେବେ ପୁଣି ଭରିଦିଅ ବିରହ ଯାତନା ।
ଜୀବନ ବାଟ ରେ ତୁମେ ମୋ ଜୀବନ ସାଥୀ,
ଜନାକୀର୍ଣ୍ଣ ପୃଥିବୀ ର ସୁମଧୁର ରାତି।
ତୁମେ ମୋ ହୃଦୟ ରେ ପ୍ରେମ ର ସ୍ପନ୍ଦନ,
ମନ ର ଗଭୀର କ୍ଷତ ରେ ଶୀତଳ ଲେପନ।
ସ୍ବପ୍ନ ରେ ତୁମର ସେଇ ମିଛ ସ୍ପର୍ଶ ପାଇ,
ଜୀବନ୍ୟାସ ପାନ୍ତି କୋଣାର୍କ ଶିଳା ର ନର୍ତ୍ତକୀ ମାନେ ।
ହାତ ଧରି ମୋତେ ପାଖରେ ବସାଇ ,
ପ୍ରେମ ର ପ୍ରତିଶ୍ରୁତି ଭରା କଥା କୁହ ମୋର କନେ।
ନୃତ୍ୟ ରତ ନର୍ତ୍ତକୀ ମେଳେ ଗଭୀର ଆଲିଙ୍ଗନରେ ଲୀନ ଦୁଇ ପିତୁଳା,
ସତେ ଯେପରି ଈଶ୍ୱର ଙ୍କ ହାତ ଗଢ଼ା ଏକ ସୁନ୍ଦର କାରିଗରୀ କଳା।
ସ୍ବପ୍ନ ଭରା ଆଖିରେ ଚିହ୍ନା ଚିହ୍ନା ଲାଗେ ତୁମ ମୁଁହ,
ଭାସିଆସେ ସ୍ବପ୍ନ ରାଇଜେ ବିତିଥିବା କେତେ ମଧୁର ମୁହୂର୍ତ୍ତ ର ସୁଅ।
ସୁମଧୁର ଆଳାପ ରେ କେବେ ରାତି ଯାଏ ପାହି ଜାଣେନା,
ଚିହ୍ନା ଚିହ୍ନା ଲାଗୁଥିବା ମୁହଁଟି ପୁଣି ରହି ଯାଏ ହେଇ ଅଚିହ୍ନା।
Very nice Abhilipsa..
ReplyDelete