Contents

Post Top Ad

your ad

Tuesday, 14 January 2020

ଗଳ୍ପ # ୧





ସେଦିନ ଟାଉନ ବସ୍ ରେ ପୁରୁଣା ଓଡ଼ିଆ ସିନେମା ର ଗୀତ ଲାଗି ଥିଲା। ମୁଁ ଅଫିସ୍ ପାଇଁ ଯାଉଥିଲି। ସବୁଦିନ ପରି ସେଦିନ ବି ଭୁବନେଶ୍ୱର ର ଟ୍ରାଫିକ ପାଇଁ ମୋର ବିଳମ୍ବ ହେଇ ସାରି ଥିଲା। ଚୁପ୍ ଚାପ୍ ବସି ଗୀତ କୁ ଉପଭୋଗ କରିବା ଛଡ଼ା ମୋ ପାଖେ କିଛି ବିକଳ୍ପ ବି ତ ନଥିଲା। ସେହି ସମୟ ରେ ବସ୍ ରୁ ଭାସି ଆସିଲା ବାପା ଙ୍କ ପ୍ରିୟ ଗୀତ ଟି,
ସ୍ମୃତି,
       କେବେ ଶୀତ ସକାଳର କଁଅଳ ଖରା ର ତାତି ।
ମୁଁ ଫେରିଗଲି ବାପା ଙ୍କ ପାଖକୁ, ଆମ ବାଡ଼ି ପଟ କଖାରୁ ଲତା ମାତି ଥିବା ଚୁଲି ମୁଣ୍ଡ କୁ ଯେଉଁଠି ଥିଲା ମୋ ଶୀତ ସକାଳ ର ସ୍ମୃତି। ଯେଉଁଠୁ ଆରମ୍ଭ ହେଉଥିଲା ଆମ ଘର ର ଶୀତ ଋତୁ। ଯେଉଁଠି ବାପା ଶୁଣାଉଥିଲେ ତାଙ୍କ ଅତି ପ୍ରିୟ ଏହି ଗୀତ ଟି। ବାପା ଙ୍କ ସେ ସ୍ୱର ଆଜି ବି ସବୁ ସିନେମା ଗାୟକ ଙ୍କ ସ୍ୱର କୁ କାଟି ଦେବ ।

          ସେଦିନ ବି ଥିଲା ଗୋଟେ ଶୀତ ସକାଳ । କିନ୍ତୁ ନା ଥିଲା ସେ ଚୁଲି ମୁଣ୍ଡ ନା ଥିଲେ ବାପା। ଶୀତ ରୁ ରକ୍ଷା ପାଇଁ ଦେହ ରେ ଥିଲା ଦାମୀ ଶୀତ ବସ୍ତ୍ର, ଚୁଲି ନିଆଁ ର ସୁଖ ତ କେବେ ଠୁ ତା ଜୀବନ ରେ ସରି ଯାଇଥିଲା।
ସବୁ କିଛି ତା ପାଇଁ ଗୋଟେ ଶୀତ ସକାଳ ର ସ୍ମୃତି ଛଡ଼ା ଆଉ କିଛି ନଥିଲା।
ଆଚାର୍ଯ୍ୟ ବିହାର, ଆଚାର୍ଯ୍ୟ ବିହାର....
ମାଡାମ୍ ଆପଣ ଙ୍କ ଷ୍ଟପେଜ୍ ଆସିଗଲା। ହଁ ହଁ ଯାଉଛି କହି ମୁଁ ମାଡ଼ି ଗଲି ମୋ କର୍ତ୍ତବ୍ୟ ସ୍ଥଳୀ କୁ , କର୍ମ ପାଖକୁ।
ସ୍ମୃତି ସେମିତି ସ୍ମୃତି ଟିଏ ହେଇ ରହି ଗଲା ସେଇ ବସ୍ ଭିତରେ।


Storipsa

6 comments:

  1. Bhala lagila ete din pare to odia gapa padhiki😘.. Au sabu thara vali ethara b mu puni to gapa ra fan heigali patlu kunu 😍

    ReplyDelete
  2. ଗୌରୀ ଶଙ୍କର ସାହୁ15 January 2020 at 00:51

    ସୁନ୍ଦର ଲେଖାଟିଏ ��

    ReplyDelete

Post Top Ad

your ad