ଇଚ୍ଛା
ତୁମେ ତ ଆସିବ ,
ଛପି ଛପି ରାତ୍ରି ର ସେହି ନିର୍ଜନ ପ୍ରହର ରେ ,
ଯେବେ ଜହ୍ନ ବି ଆକାଶ ରେ
ଶୋଇବାର ପ୍ରୟାସ କରୁଥିବ ।
ତୁମେ ତ ଛୁଇଂବ ,
କୋଳେଇ ନେବ ମତେ
ଲୁଚେଇ ଦେବ ତୁମ ସୁଢୋଳ ବାହୁ ବନ୍ଧନ ରେ ,
ଯେଉଁଠି ଥିବ ତୃପ୍ତି ର ଅନୁଭବ ।
ତୁମେ ତ କହିବ -
“ ହେ ମୋର ପ୍ରାଣ ର ପ୍ରିୟସୀ ,
ରହି ଯାଅ ସବୁ ଦିନ ମୋ ସହ ଏ ସ୍ଵପ୍ନ ପୁରୀରେ
ଯେଉଁଠି ଇହ ପର କାଳ ର ସବୁ ଈପ୍ସିତ ଇଚ୍ଛା ପୂର୍ଣ୍ଣ ହେଇଯିବ । "
ତମେ ଦେଖିବ,
ReplyDeleteକୋଉ ଏକ ରାତିର ନିର୍ଜନ ପ୍ରହରରେ
ଯେବେ କଇଁ ଜହ୍ନ ସହ ମିଶିବାର
ରଙ୍ଗୀନ ସ୍ବପ୍ନ ଦେଖୁଥିବ,
ସେ ନିଶ୍ଚୟ ଆସିବ
ଆଉ ବୁଝେଇଦେଇ ଯିବ
ଏମିତି ବି ମିଳନ ହେଇପାରେ,
ଟିକିଏ ଅପେକ୍ଷା କର
ତୁମେ ଦେଖିବ ll
Thanks bahut sundar apananka lekha ti
Delete