Contents

Post Top Ad

your ad

Tuesday 3 March 2020

ଗଳ୍ପ#2



ସ୍ମୃତି
ଏକ ରୂପା ଜହ୍ନ।
ଅଭୁଲା ତାର ଚିହ୍ନ।
ଆଉ ଜହ୍ନ ଠୁ ବି ଉଜ୍ଜ୍ୱଳ ମୋ ବୋଉ ର ମନ।
ଯେବେ ସେ ସକାଳୁ ଗାଧୋଇ ଆସି ଠାକୁର ଘରେ ପୂଜା କରେ, ସକାଳ ର ନାଲି ସୂରୁଜ ଠାରୁ ବି ଲାଲ୍ ଦିଶୁ ଥାଏ ତା ମଥା ର ସିନ୍ଦୂର ଟୋପା। ଭାରି କୋମଳ ତାର ମୁହଁ । ଭଗବାନ ତାକୁ ସ୍ନେହ, ମମତା ର ନିଖୁଣ ପ୍ରତିମା କରି ଗଢ଼ିଛନ୍ତି । ଯେମିତି ରାଗ ବୋଲି ଶବ୍ଦ ବୋଉ ର ଶବ୍ଦକୋଷ ରେ ନାହିଁ। ତା ଆକଟ ରେ ବି ରାଗ ଅପେକ୍ଷା ଲୁଚି ରହି ଥାଏ ନୀରବ ପ୍ରେମ।
ଆଜି ଅଫିସ୍ ରୁ ଫେରୁ ଫେରୁ ପାଖ ସିଟ୍ ରେ ଠିକ୍ ବୋଉ ପରି ଜଣେ ମାଉସୀ ବସି ଥିଲେ। ତାଙ୍କୁ ଦେଖି କିଛି ପୁରୁଣା ସ୍ମୃତି ପୁଣି ଦପ୍ ଦପ୍ କରି ଜଳି ଉଠିଲେ ମନ ର କେଉଁ ଏକ ଗୋପନ କୋଣ ରେ। ଯେବେ ବୋଉ ମୋର ପ୍ରଥମ ଥର କରି ମୋ ସହ ଭୁନେଶ୍ଵର ଆସିଥିଲା। " ମୋ ବସ୍ " ର ଏ. ସି. ପବନ ରେ ଥରି ଉଠୁଥିଲା।
ମୋ ହାତ ଭାଙ୍ଗି ଥିଲା ଆଉ ଡାକ୍ତର ଅପରେସନ ର ତାରିଖ ଆଉ ଗୋଟେ ଦିନ ଘୁଞ୍ଚେଇ ଦେଇ ଥିଲେ। ଆମେ କଟକ ରୁ ଭୁନେଶ୍ଵରଠାରେ ଥିବା ମୋ ହଷ୍ଟେଲ କୁ ଯାଇଥିଲୁ। ସେ ମୋ ପାଖ ସିଟ୍ ରେ ବସି ମନେ ମନେ ତା ଭଗବାନ ଙ୍କୁ ଗାଳି କରୁ ଥିଲା କି କାହିଁକି ତା ଝିଅ ଏତେ କଷ୍ଟ ପାଉଛି? ତା ଝିଅ ବଦଳ ରେ ଭଲା ତାର ହାତ ଟା ଭାଙ୍ଗି ଦେଇ ଥାନ୍ତେ ଠାକୁର।
କିନ୍ତୁ ମୁଁ  ତାକୁ ଝରକା ଦେଇ ରାଜଧାନୀ ର ବିଭିନ୍ନ ଚିହ୍ନା ଜାଗା ସବୁ ଦେଖାଉ ଥାଏ। ସେ ଖୁସି ହେଉ ଥାଏ କି ତା ଝିଅ କେତେ ବଡ଼ ହେଇ ଗଲାଣି ଆଉ କେତେ କଥା ଜାଣିଲାଣି । ଗର୍ବ ରେ ସେ ଫୁଲି ଉଠୁ ଥିଲା।

ହେଲେ ଆଜି, ଆଜି ମୁଁ ଅଛି ଚାକିରି ଅଛି ହେଲେ ବୋଉ ନାହିଁ ପାଖରେ, କି ତାର ସେ ସୁନ୍ଦର ମୁହଁ ରେ ହସ ଦେଖି ହଉନି। କାମ ରେ ଏତେ ବ୍ୟସ୍ତ ମୁଁ ରହି ଯାଇଛି ଯେ ଚାକିରି ପରେ ଥରେ ବି ବୋଉ କୁ ବୁଲେଇ ଆଣିନି। ଆଜି ସେ ବସ୍ ଭିତରେ ସବୁ ସ୍ମୃତି ଓଲଟିଲା ପରେ ଭାରି ମନ ଗୁଡ଼େଇ ହଉଛି ବୋଉ ବାପା ଙ୍କ ଲାଗି।
ଆଜି ହିଁ ଅଫିସ୍ ରେ କିଛି ଦିନ ଛୁଟି ଲାଗି ଦରଖାସ୍ତ ଲେଖିବି। ଆଉ ବାପା ବୋଉ ଙ୍କୁ ଡାକି ବୁଲେଇ ନେବି।

10 comments:

Post Top Ad

your ad